ବଢ଼ିବ ଭୁବନେଶ୍ୱର ବିମାନବନ୍ଦରରେ ଏୟାର କାର୍ଗୋ ସେବା : ୨୦୨୨ ସୁଦ୍ଧା ପହଞ୍ଚିବ ୫୦ ହଜାର ଟନ୍‌

ଦୁବାଇକୁ ବିମାନ ଉଡ଼ାଣରେ କେନ୍ଦ୍ର ସରକାର ପ୍ରତିବନ୍ଧକ, ଭୁବନେଶ୍ୱର ବିମାନବନ୍ଦରରେ ହେବ ଆଉ ଏକ ଟର୍ମିନାଲ

ଭୁବନେଶ୍ୱର : ଏୟାର କାର୍ଗୋ କ୍ଷେତ୍ରରେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ମିଳିଛି ସଫଳତା। ୨୦୧୬-୧୭ ଆର୍ଥିକ ବର୍ଷରେ ଆର୍ନ୍ତଃରାଜ୍ୟସ୍ତରରେ ୬୦୫୧ ‌ମେଟ୍ରିକ୍‌ ଟନ୍‌(ଏମ୍‌ଟି) ରହିଥିବା ବେଳେ ୨୦୧୭-୧୮ରେ ଏହା ୭୦୩୬ ଏମ୍‌ଟିରେ ପହଞ୍ଚିଛି। ଶତକଡ଼ା ୧୬.୨୮ ପ୍ରତିଶତ ବୃଦ୍ଧି ଘଟିଛି। ଆନ୍ତଃଦେର୍ଶୀୟସ୍ତରରେ ୨୦୧୬-୧୭‌େର ୧୨୪୩ ଏମ୍‌ଟି ଥିବା ବେଳେ ୨୦୧୭-୧୮ରେ ୧୬୯୭ ଏମ୍‌ଟିରେ ପହଞ୍ଚିଛି। ଶତକଡ଼ା ୩୬.୫୨ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ ଘରୋଇ ‌କ୍ଷେତ୍ରରେ ୨୦୧୬-୧୭ରେ ୭୨୯୪ ଏମ୍‌ଟି ଥିବା ବେଳେ ତାହା ବୃଦ୍ଧି ପାଇଁ ଗତ ଆର୍ଥିକ ବର୍ଷରେ ୮୭୩୩ ଏମ୍‌ଟିରେ ପହଞ୍ଚିଛି। ୨୦୧୬-୧୭ରେ ଆନ୍ତର୍ଜାତୀୟ(ରପ୍ତାନୀ) .୪ ଥିବା ବେଳେ ୨୦୧୭-୧୮ରେ ୨୩ରେ ପହଞ୍ଚିଛି। ଏବେ ୧୦ ହଜାର ମେଟ୍ରିକ୍‌ ଟନ୍‌ ଯାଉଥିବା ବେଳେ ୨୦୨୨ ସୁଦ୍ଧା ଏଠାରୁ ରପ୍ତାନୀ କ୍ଷମତା ୫୦ ହଜାର ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ଘରୋଇ ଓ ଆନ୍ତର୍ଜାତିକ ମାଲ୍‌ ପରିବହନ ସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସହର ଭିତରେ ୩୦୦ ବର୍ଗ ମିଟରର କାର୍ଗୋ ପ୍ରକ୍ରିୟାକରଣ କ୍ଷେତ୍ର, ୫୧୦ ବର୍ଗ ମିଟର ଅଞ୍ଚଳରେ କାର୍ଗୋ ଟର୍ମିନାଲ ପରିବ୍ୟାପ୍ତ ହୋଇଛି। ଏଥିରେ ଘୂର୍ଣ୍ଣିୟମାନ ୧୦୦ ଘନ ମିଟର ଶୀତଳଭଣ୍ଡାର, ଇନ୍‌ବାଉଣ୍ଡ୍‌ ଓ ଆଉଟ୍‌ବାଉଣ୍ଡ କାର୍ଗୋ ପାଇଁ ମଜବୁତ ଘର, ଘରୋଇ କାର୍ଗୋ ପାଇଁ ଏକ୍ସରେ ମେସିନ୍‌, ଗୋଟିଏ ଆନ୍ତର୍ଜାତୀୟ କାର୍ଗୋ ପଟରେ ଓ ପ୍ରତ୍ୟେକ ଘରୋଇ ଓ ଆନ୍ତର୍ଜାତୀୟ କାର୍ଗୋ ପାଇଁ ଗୋଟିଏ ଲେଖାଏ ମେସିନ୍‌ ରହିଛି। ଉଭୟ ଟର୍ମିନାଲରେ କାର୍ଗୋ ସୁୁବିଧା ଉପଲବ୍ଧ ହେଉଛି। ଇଣ୍ଟିଗ୍ରେଟେଡ୍‌ କାର୍ଗୋ ଡଟ୍‌ ନର୍ମାଣ କାର୍ଯ୍ୟ ଜାରି ରହିଛି। ଖୁବ୍‌ଶୀଘ୍ର ତାହା ଚୂଡ଼ାନ୍ତ ରୂପ ନେବ ବୋଲି ଆଜି ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ଏୟାର କାର୍ଗୋ ଡେଭଲପ୍‌ମେଣ୍ଟ ସମ୍ପର୍କିତ କର୍ମଶାଳାରେ ଯୋଗଦେଇ ଭାରତୀୟ ବିମାନ ସେବା ପ୍ରାଧିକରଣ(ଏଏଆଇ)ର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ବିକାଶ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ପୁରୁଣା ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯିବ। ଯାତ୍ରୀଙ୍କ କ୍ଷମତା ବଢ଼ିବ। ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏବେ ଟେଣ୍ଡର ଡକାଯାଇଛି।  ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ ମଧ୍ୟ ସ୍ଥିର ହୋଇଛି। ଏବେ ଦୁଇଟି ‌ଏରୋ ବ୍ରିଜ୍‌ ଥିବା ବେଳେ  ଆଉ ଦୁଇଟି ଏରୋ ବ୍ରିଜ୍‌ ନିର୍ମାଣ କରାଯିବ। ‌ଝାରସୁଗୁଡ଼ା ବିମାନବନ୍ଦର‌େର କିଭଳି କାର୍ଗୋର ବିକାଶ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦୁବାଇକୁ ବିମାନ ଉଡ଼ାଣ ପାଇଁ ବିମାନ ସେବା ପ୍ରଦାନକାରୀ କମ୍ପାନି ରାଜି ଥିଲେ ମଧ୍ୟ କେନ୍ଦ୍ର ସରକାର ବାଇଲାଟେରାଲ୍‌ ରାଇଟସ୍‌ ମିଳିପାରୁ ନଥିବାରୁ ଭୁବନେଶ୍ବରରୁ ମଧ୍ୟପ୍ରାଚ୍ୟକୁ ସିଧାସଳଖ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରୁନି। ଭାରତରୁ ମଧ୍ୟପ୍ରାଚ୍ୟକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଏକ ଚୁକ୍ତି ରହିଛି। ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଆନ୍ତର୍ଜାତୀୟ ତଥା ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦେଶର ଯେକୌଣସି ବିମାନବନ୍ଦରରେ ଆନ୍ତର୍ଜାତୀୟ ବିମାନ ଅବତରଣ କରାଇ ପାରିବେ। ବର୍ତ୍ତମାନ ସମୟରେ ଭୁବନେଶ୍ବର ବିମାନବନ୍ଦର ପାଇଁ ଏଭଳି ଚୁକ୍ତି ନାହିଁ। ତେଣୁ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା‌ଯାଇଥିବା ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି। କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର