ଜୁନ ପହିଲାରୁ ଉଡ଼ିବ ଏଲଏନ୍‌ସ ଏୟାର

ଝାରସୁଗୁଡା : ଜୁନ ୧ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲଏନ୍ସ ଏୟାର ଉଡାଣ ସେବା ଆରମ୍ଭ କରୁଥିବା ଜଣାଯାଇଛି। ଏଲଏନ୍ସ ଏୟାର ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁର ମଧ୍ୟରେ ବିମାନସେବା ଯୋଗାଇ ଦେବାକୁ ଅନୁମତି ପାଇଥିଲା। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବାରୁ ଏଥରେ ବିଳମ୍ବ ହୋଇଥିଲା। ଏହି ବିମାନ ଝାରସୁଗୁଡ଼ାରୁ ସକାଳ ୧୦.୩୦ରେ ଭୁବନେଶ୍ୱର ଓ ସନ୍ଧ୍ୟା ୫.୩୦ରେ ରାୟପୁର ଅଭିମୁଖେ ଉଡାଣ ଭରିବ। ସେହିପରି ଭୁବନେଶ୍ବରରୁ ସକାଳ ୯.୨୫ ଓ ରାୟପୁରରୁ ଅପରାହ୍ନ ୪ଟାରେ ଝାରସୁଗୁଡା ଅଭିମୁଖେ ଉଡାଣ ଭରିବ ବୋଲି ତାର ୱେବସାଇଟରୁ ଜଣା ପଡିଛି।

ସମ୍ବନ୍ଧିତ ଖବର