ଛତିଶଗଡ଼ରେ ଆରମ୍ଭ ହେଲା ଅପରେସନ ପ୍ରହାର-୩: ଆକାଶମାର୍ଗରୁ ମାଓ କ୍ୟାମ୍ପ ଉପରେ ବୋମା ବର୍ଷଣ

ମାଲକାନଗିରି: ମାଓବାଦୀଙ୍କ ଶିବିର ଉପରେ ଆକାଶ ମାର୍ଗରୁ ସୁରକ୍ଷା ବାହିନୀ ପକ୍ଷରୁ ବୋମା ବର୍ଷଣ କରାଯାଇଛି । ଏଭଳି ଅଭିଯୋଗ ଆଣିଛି ଛତିଶଗଡ଼ ମାଓ ସଂଗଠନ। ଗତ ୧୯ ତାରିଖ ଅପରାହ୍ନ ୩ଟା ସମୟରେ ବିକାପୁର ଜିଲ୍ଲା ପମେଡ଼ ଥାନା ବୋତ୍ତଲଙ୍କା ଏବଂ ପ୍ଲାଗୁଡ଼େମ ମଧ୍ୟରେ ମାଓବାଦୀ କ୍ୟାମ୍ପ କରିଥିବା ବେଳେ ଆକାଶ ମାର୍ଗରୁ ଡ୍ରୋନ ସାହାଯ୍ୟରେ ବୋମା ବର୍ଷଣ କରିଥିବା ସେନା। ଏହି ଆକ୍ରମଣ ବିଷୟରେ ଏବେ ମାଓ ସଂଗଠନର ପ୍ରବକ୍ତା ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହ ବୋମା ପଡିଥିବା ସ୍ଥାନ ଓ ବୋମାର ଭଗ୍ନାଂଶର ଫଟୋ ଓ ଭିଡ଼ିଓ ଜାରି କରିଛି ମାଓ ସଂଗଠନ। ଏହାକୁ ମାଓବାଦୀମାନେ ଦୃଢ଼ ବିରୋଧ କରିବା ସହ ସେମାନଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର ପ୍ରଦର୍ଶନ ସରକାର କରିଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି।

ମାଓବାଦୀମାନେ ସେହି ଜଙ୍ଗଲରେ କ୍ୟାମ୍ପ କରିଥିବା ସ୍ୱୀକାର କରିଥିବା ବେଳେ ଅଳ୍ପକେ ଖସି ଯାଇଥିବା କହିଛି ମାଓ ସଂଗଠନ। ଏଥିରେ ମାଓବାଦୀଙ୍କର କୌଣସି କ୍ଷତି ହୋଇ ନଥିବା ବେଳେ ଏଥିରେ ଜଙ୍ଗଲୀ ଜୀବଜନ୍ତୁଙ୍କର କ୍ଷତି ହୋଇଥିବା କହିଛି ମାଓ ସଂଗଠନ। ଆକାଶ ମାର୍ଗରୁ ମାଓବାଦୀଙ୍କୁ ଆକ୍ରମଣ ଭାରତରେ ପ୍ରଥମ ଘଟଣା ହୋଇଥିବା ବେଳେ ଏଥିରୁ ସରକାରଙ୍କ ‘ପ୍ରହାର-୩’ ଅପରେସନ୍ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର