ଜୟପୁର: ବୈଷୟିକ କାରଣ ଯୋଗୁଁ ଆଜି ଦିନକ ପାଇଁ ଭୁବନେଶ୍ବର-ଜୟପୁର, ଜୟପୁର-ବିଶାଖାପାଟଣା ବିମାନ ଚଳାଚଳ ବନ୍ଦ ରହିଛି। ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ୍ ଏୟାର କମ୍ପାନି ସୂଚନା ଦେଇଛି। ତେବେ, ବିମାନ ବାତିଲ ସଂପର୍କରେ ଶେଷ ମୁହୂର୍ତ୍ତରେ ସୂଚନା ଦିଆଯିବାରୁ ଯାତ୍ରୀ ହଇରାଣ ହୋଇଛନ୍ତି। ଇଣ୍ଡିଆ ୱାନ୍ ଏୟାର ବିମାନ କମ୍ପାନି ପକ୍ଷରୁ ଭୁବନେଶ୍ବରରୁ ଜୟପୁର ପର୍ଯ୍ୟନ୍ତ ସପ୍ତାହରେ ୭ଦିନ ଗୋଟିଏ ବିମାନ ଚଳାଚଳ କରୁଛି। ଏହି ବିମାନ ଭୁବନେଶ୍ବରରୁ ବାହାରି ଜୟପୁର ଏୟାରପୋର୍ଟରେ ପହଞ୍ଚିବା ପରେ ଏଠାରୁ ପୁଣି ଯାତ୍ରୀଙ୍କୁ ନେଇ ବିଶାଖାପାଟଣା ଯାଉଛି। ବିଶାଖାପାଟଣାରୁ ଯାତ୍ରୀଙ୍କୁ ନେଇ ଜୟପୁର ଆସି ପୁଣି ଭୁବନେଶ୍ବର ଅଭିମୁଖେ ଉଡ଼ାଣ ଭରୁଛି। ସେହିପରି କମ୍ପାନିର ଦ୍ବିତୀୟ ବିମାନ ଭୁବନେଶ୍ବରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ବର କେବଳ ବୁଧବାର ଓ ଶୁକ୍ରବାର ଦିନ ହିଁ ଯାତ୍ରା କରୁଛି। ଗତବର୍ଷ ବର୍ଷାଦିନେ ଖରାପ ପାଗ ଯୋଗୁଁ ଅନେକ ଦିନ ଧରି ବିମାନ ଚଳାଚଳ ବନ୍ଦ ରହିଥିଲା। ଦ୍ବିତୀୟ ବିମାନ ଚଳାଚଳ ପରେ ଯାତ୍ରୀ ବହୁମାତ୍ରାରେ ଉପକୃତ ହୋଇଛନ୍ତି। ତେବେ ଆଜି ବୈଷୟିକ ସାଜସଜ୍ଜା ପାଇଁ ବିମାନ ଉଡ଼ାଣ ଭରିପାରିନି। ପୂର୍ବରୁ ଯାତ୍ରା ପାଇଁ ଟିକେଟ୍ ସଂରକ୍ଷିତ କରିଥିବା ଯାତ୍ରୀଙ୍କୁ ଏହି ବିଷୟରେ ଆଦୌ ଅବଗତ କରାଯାଇ ନଥିଲା। ଅଚାନକ ଦୁଇଟିଯାକ ବିମାନକୁ ବାତିଲ କରି ଆଜି ସକାଳୁ ସମସ୍ତ ଯାତ୍ରାଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା।
ବୈଷୟିକ କାରଣରୁ ବିମାନ ଚଳାଚଳ ବନ୍ଦ
/sambad/media/post_attachments/wp-content/uploads/2024/05/fshhffshsfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)