ଭୁବନେଶ୍ବର : ବାତ୍ୟା ୟାସ୍ ପାଇଁ ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ମଙ୍ଗଳବାର ରାତି ୧୧ଟାରୁ ଗୁରୁବାର ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିଥିଲେ। ହେଲେ ଭୁବନେଶ୍ବରରେ ବାତ୍ୟାର ପ୍ରକୋପ କିଛି ନରହିବାରୁ ଏବଂ ବାତ୍ୟା ଓଡ଼ିଶା ସୀମା ଅତିକ୍ରମ କରିଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ୧୦ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ସଂଧ୍ୟା ୭ଟାରୁ ବିମାନବନ୍ଦର ଖୋଲି ଦେଇଛନ୍ତି। ବାତ୍ୟା ପାଇଁ ବିମାନଉଡ଼ାଣ କମ୍ପାନିଗୁଡ଼ିକ ବିମାନ ସେବା ଆଜି ପାଇଁ ବାତିଲ୍ କରିଦେଇଥିବାରୁ ରାତିରେ କିଛି ଯାତ୍ରୀବାହୀ ବିମାନ ଭୁବନେଶ୍ବରକୁ ଆସିନି କି ଏଠାରୁ ଯାଇନି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜରୁରୀକାଳୀନ ସେବା ପାଇଁ ବିମାନବନ୍ଦରକୁ ଆଜି ସଂଧ୍ୟାରୁ ଖୋଲିଦିଆଯାଇଛି। ଗୁରୁବାର ସକାଳୁ ବିମାନ ସେବା ସ୍ବାଭାବିକ ହୋଇଯିବ। ବୁଧବାର ଦିନ ବାତ୍ୟା ସତର୍କତା ପାଇଁ ବିମାନବନ୍ଦର ବନ୍ଦ ଥିଲା। କିନ୍ତୁ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ଅପରାହ୍ନରେ ବିମାନବନ୍ଦର ସବୁ ଭିତ୍ତିଭୂମି ଯାଞ୍ଚ କରାଯିବା ପରେ ବାତ୍ୟାରେ ବିମାନବନ୍ଦରର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେଣୁ ତୁରନ୍ତ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/air-port.jpg)