ଭୁବନେଶ୍ବର : ରାଜ୍ୟର ଚାରିଟି ନୂଆ ସହର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବରରେ ଏୟାରଟେଲ୍ ପକ୍ଷରୁ ୫ଜି ସେବା ଆରମ୍ଭ କରାଯାଇଛି। ଫଳରେ ରାଜ୍ୟର ମୋଟ ୮ଟି ସହରରେ କଂପାନିର ୫ଜି ସେବା ପହଞ୍ଚିଛି। ଏହା ପୂର୍ବରୁ ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ ଏୟାରଟେଲ୍ର ୫ଜି ସେବା ଉପଲବ୍ଧ ହୋଇଥିଲା। କଂପାନିର ଓଡ଼ିଶା ସିଇଓ ଅନୁପମ ଅରୋରା କହିଛନ୍ତି ଯେ ୫ଜି ଗ୍ରାହକମାନେ ୪ଜି ତୁଳନାରେ ୨୦ରୁ ୩୦ ଗୁଣା ଅଧିକ ସ୍ପିଡ୍ରେ ଡାଟା ପାଇପାରିବେ। ଏଚ୍ଡି ଭିଡିଓ ଷ୍ଟ୍ରିମିଂ, ଗେମିଂ, ଏକାଧିକ ଚାଟିଂ ଏବଂ ତତ୍କାଳ ଭିଡିଓ ଓ ଫଟୋ ଅପ୍ଲୋଡ୍ ଭଳି ସୁବିଧାକୁ ଗ୍ରାହକମାନେ ଉପଭୋଗ କରିପାରିବେ।
ଚାରି ନୂଆ ସହରରେ ଏୟାରଟେଲ୍ ୫ଜି ସେବା
/sambad/media/post_attachments/wp-content/uploads/2022/08/airtel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)