ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯ୍ୟକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

Advertisment

ଏହି କ୍ରମରେ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ତାଙ୍କର ଅଦ୍ଵିତୀୟ ଶୈଳୀରେ ପରିବେଷିତ ହେବ ଅଖିଳ ମୋହନ ପଟ୍ଟନାୟକଙ୍କ ଏକ ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ’ମତ୍ସ୍ୟଗନ୍ଧା’।

publive-image

ଆସନ୍ତା ଜାନୁଆରି ୩୧ ତାରିଖ (ରବିବାର) ପ୍ରାତଃ ଆଠଟା ବେଳେ ୟୁଟ୍ୟୁବ୍‌ ଏବଂ ଅଖିଳ ମୋହନ ଫାଉଣ୍ଡେସନ୍‌ର ଫେସ୍‌-ବୁକ୍‌ ପୃଷ୍ଠାରେ ଏହାର ଭିଡିଓ ଅପ୍‌ ଲୋଡ୍‌ କରାଯିବ। ସାହିତ୍ୟପ୍ରେମୀ ଓ ଅଖିଳ- ଅନୁରାଗୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ଏହି କାର୍ଯକ୍ରମକୁ ବହୁ ସଂଖ୍ୟାରେ ଦେଖିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ଡିସେମ୍ବର ୧୮ ତାରିଖରେ ‘ଅଖିଳ ଜୟନ୍ତୀ’ ଅବସରରେ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଅଦ୍ଵିତୀୟ ଶୈଳୀରେ ପରିବେଷିତ ହୋଇଥିବା ଅଖିଳ ମୋହନ ପଟ୍ଟନାୟକଙ୍କ ଅନ୍ୟ ଏକ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ରୂପନାରାୟଣ ଶାହା’ ପ୍ରସାରିତ ହୋଇ ଖୁବ୍‌ ଆଦୃତି ଲାଭ କରିଥିଲା।