ଭୁବନେଶ୍ବର : ଖ୍ୟାତନାମା ଓଡ଼ିଆ ଅର୍ଥନୀତିଜ୍ଞ ଅଜିତ୍ ମିଶ୍ର ନୂଆଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ର ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କ ଘର ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ। ଏହା ପୂର୍ବରୁ ସେ ବ୍ରିଟେନର ବାଥ୍ ବିଶ୍ବବିଦ୍ୟାଳୟ, ଡୁନ୍ଡେ ବିଶ୍ବବିଦ୍ୟାଳୟ, ଏଡିନବର୍ଗ ବିଶ୍ବବିଦ୍ୟାଳୟ ଭଳି ବିଦେଶୀ ଶିକ୍ଷାନୁଷ୍ଠାନ ସହିତ ଦିଲ୍ଲୀ ସ୍କୁଲ ଅଫ୍ ଇକେନୋମିକ୍ସ, ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ରିସର୍ଚ ଏବଂ ଅଶୋକା ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି। ଶିକ୍ଷାଦାନ ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ଡେଭଲପମେଣ୍ଟ ଇକୋନୋମିକ୍ସ କ୍ଷେତ୍ରକୁ ତାଙ୍କର ବଳିଷ୍ଠ ଅବଦାନ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp