ଅଜିତ ପଟ୍ଟନାୟକ ଓଡ଼ିଶା ପ୍ରସିକ୍ୟୁସନ୍ ସର୍ଭିସ ଆସୋସିଏସନ୍‌ର ନୂଆ ସଭାପତି

କଟକ : ଓଡିଶା ପ୍ରସିକ୍ୟୁସନ୍ ସର୍ଭିସ ଆସୋସିଏସନର ସଭାପତି ଭାବେ ଅଜିତ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଆଜି ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଗୁରୁ‌ କେଳୁଚରଣ ମହାପାତ୍ର ଅଡ‌ିଟୋରିୟମଠାରେ ଅନୁଷ୍ଠିତ‌ ଆସୋସିଏସନ ନିର୍ବାଚନରେ ଦେବାଶିଷ ମହାକୁଡ଼ ଉପସଭାପତି, ସଂଜୟ କୁମାର ପ୍ରଧାନ ସାଧାରଣ ସଂପାଦକ, ରାଜେଶ କୁମାର ମିଶ୍ର ଯୁଗ୍ମସଂପାଦକ, ନିରଂଜନ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭାବେ ଦେବଶ୍ରୀ ହେମ୍ବ୍ରମ, ଅମୀୟ ତରାଇ, ସାଇ ରଂଜନ ମହାନନ୍ଦିଆ, ରଶ୍ମିତା ମହାପାତ୍ର, ଚନ୍ଦନ ଦାସ, ଅକମଲ ସରିଫ, ତୃପ୍ତିମୟୀ ପାତ୍ର ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଆସୋସିଏସନ୍ ପକ୍ଷରୁ ନିର୍ବାଚନ ଅଧିକାରୀ ଭାବେ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ନଳିନୀକାନ୍ତ ମହାରଣା ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର