ଆକାଶ ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ବର : ମିଜାଇଲ ଟେକ୍ନଲୋଜି କ୍ଷେତ୍ରରେ ଭାରତ ନିଜର ଅଭିଯାନ ଜାରି ରଖିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ‘ଆକାଶ-୧ଏସ୍‌’ ମିଜାଇଲ ଆଜି ଡିଆରଡିଓ ପକ୍ଷରୁ ଚାନ୍ଦିପୁର ଠାରେ ପରୀକ୍ଷଣ ହୋଇଛି। ଗତ ଦୁଇଦିନ ମଧ୍ୟରେ ଆକାଶ-୧ଏସ୍‌ ମିଜାଇଲକୁ ଦ୍ବିତୀୟ ଥର ପାଇଁ ପରୀକ୍ଷା କରାଯାଇଛି। ତେବେ ଦୁଇଟିଯାକ ପରୀକ୍ଷଣ ସଫଳ ହୋଇଥିବା ଜଣାଯାଇଛି। ଇଣ୍ଡିଜେନସ ସିକର ସଂଲଗ୍ନ ହୋଇଥିବା ଏୟାର ଡିଫେନ୍ସ ମିଜାଇଲ ଆକାଶ-୧ଏସ୍‌ ହେଉଛି ଏକ ନୂତନ ଭର୍ସନର ମିଜାଇଲ। ତେବେ ଆକାଶମାର୍ଗରୁ ଶତ୍ରୁଦେଶର ଆକ୍ରମଣରୁ ବର୍ତ୍ତିବା ପାଇଁ ‘ଆକାଶ’ ମିଜାଇଲ ଭାରତକୁ ସହା‌ୟକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର