ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆକାଶ ଏନ୍‌ଜିର ସଫଳ ପରୀକ୍ଷଣ

ଚାନ୍ଦିପୁର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ୍‌ (ଆକାଶ ଏନ୍‌ଜି) । ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଏହି ମିସାଇଲ ଉତ୍‌କ୍ଷେପଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍‌ଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର ।

ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ଏହି ଆକାଶ ଏନ୍‌ଜି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଗତ ଜାନୁଆରି ମାସ ୨୫ ତାରିଖରେ କରାଯାଇଥିବାବେଳେ, ଦ୍ବିତୀୟ ଥର ଗତ ମାର୍ଚ୍ଚ ମାସ ୨୩ତାରିଖରେ ଏବଂ ଆଜି ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି । ପ୍ରତ୍ୟକ ପରୀକ୍ଷାରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି । ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷକରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷମତା ରଖିଛି। ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦କିଲୋମିଟର ରହିଥିଲା ।

ସମ୍ବନ୍ଧିତ ଖବର