ଭୁବନେଶ୍ୱର: ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ୍‌ ପୁଲିସ।  ପୁଲିସ ଆକାଶଙ୍କୁ ଅଧିକ ପଚରାଉଚରା କରିବ।

Advertisment

ଏହା ପୂର୍ବରୁ ପୁଲିସ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ସ୍କାଏକିଙ୍ଗ କଂପାନୀ ଠକେଇ ମାମଲାରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲା।

ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ଆକାଶଙ୍କୁ ପଚରାଉଚରା କରିଥିଲା। ରିମାଣ୍ଡରେ ଯାଇଥିବା ଆକାଶ ପାଠକଙ୍କୁ ପଚରାଉଚରା କରିବା ପରେ ଗତକାଲି ପୁଣି ଜେଲ ପଠାଇ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଗତ ୧୧ ତାରିଖରେ ଆକାଶଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ରୁ କଟକସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ଜାଲିଆତି, ଠକେଇ, ଷଡ଼ଯନ୍ତ୍ର ମାମଲାରେ ଆକାଶଙ୍କୁ ପଚରାଉଚରା କରିଥିଲା।