୫ ଦିନିଆ ରିମାଣ୍ଡ ଅବଧି ସରିଲା, ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ୱର: ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି। ରିମାଣ୍ଡରେ ଯାଇଥିବା ଆକାଶ ପାଠକଙ୍କୁ ପଚରାଉଚରା କରିବା ପରେ ପୁଣି ଜେଲ ପଠାଇ ଦିଆଯାଇଛି। କାଇମ୍‌ବ୍ରାଞ୍ଚ ଗତ ୧୧ ତାରିଖରେ ଆକାଶଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ରୁ କଟକସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ଜାଲିଆତି, ଠକେଇ, ଷଡ଼ଯନ୍ତ୍ର ମାମଲାରେ ଆକାଶଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ।

ସୂଚନାଯୋଗ୍ୟ, ବାପ-ପୁଅ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ୱର ଏସଡ଼ିଜେଏମ୍‌ କୋର୍ଟରେ ଗତ ୧୧ ତାରିଖରେ ହାଜର କରାଯାଇଥିଲା। ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଥିଲା। ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି। ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି।

କୋର୍ଟରେ ହାଜର ବେଳେ ଆକାଶ ପାଠକ କହିଥିଲେ ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟକୁ ଦେବେ। ଏହା ସହ ସେ କାହାକୁ ଠକି ନଥିବା କହିଥିଲେ।

ସମ୍ବନ୍ଧିତ ଖବର