ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ 

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ମନ୍ଦିରରୁ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛ ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି।

ତାଙ୍କର ସୂଚନା ଅନୁଯାୟୀ, ଆଜି ଦିନ ୧୨ଟାରୁ ଆଖଣ୍ଡଳମଣି ମନ୍ଦିର ଯିବାକୁ ବାରଣ କରାଯାଇଛି। ଆଗାମୀ ୧୭ ତାରିଖ ଯାଏ ଆଖଣ୍ଡଳମଣି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ  ମନ୍ଦିର ବନ୍ଦ ରହିବ। ଏହି ସମୟରେ ମନ୍ଦିରରେ ସେବାୟତମାନେ କେବଳ ରୀତିନୀତି ଅନୁସାରେ ପୂଜା କରିପାରିବେ। ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର