ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର ଜାନୁଆରି ୩ ତାରିଖରେ ରାଜ୍ୟର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ବୋଲି ଜଣାଯାଇଛି। ଏ ନେଇ ଭଦ୍ରକ ଜିଲ୍ଲାପାଳ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଆଗାମୀ ୨୮ ଓ ୨୯ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ଲୋକେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବାର ସୁଯୋଗ ପାଇବେ। ୩୦ ଓ ୩୧ ତାରିଖରେ ଆରଡ଼ି ଅଞ୍ଚଳର ଲୋକମାନଙ୍କୁ ଦର୍ଶନର ସୁଯୋଗ ମିଳିବ। ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ଲାଗି ମନ୍ଦିର ବନ୍ଦ ରହିବ।
Local People of Aradi will have darshan of Baba Akhandalamani on 30 & 31 Dec. Public will have darshan 3rd January onwards.
— District Administration,Bhadrak (@DM_Bhadrak) December 21, 2020
ତେବେ ଜାନୁଆରି ୩ ତାରିଖରୁ ପୁଣି ସର୍ବସାଧାରଣଙ୍କ ଲାଗି ଆଖଣ୍ଡଳମଣି ମନ୍ଦିର ଖୋଲିବ ବୋଲି ଏହି ଟୁଇଟରେ କୁହାଯାଇଛି। ଏହି ସମୟରେ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।