ଅଖିମୁଠି ଅନୁକୂଳ କଲେ ମିଥୁନ ଚକ୍ରବର୍ତ୍ତୀ

ଅଖିମୁଠି ଅନୁକୂଳ କଲେ ମିଥୁନ ଚକ୍ରବର୍ତ୍ତୀ

ପିପିଲି : ପୁରୀ ଜିଲ୍ଲା ପିପିଲିର ଲକ୍ଷ୍ମୀନାରାୟଣପୁରଠାରେ ରବିବାର ଦିନ ଅକ୍ଷୟ ତୃତୀୟା ଅବସରରେ ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଅଖିମୁଠି ଅନୁକୂଳ କରିଛନ୍ତି।

ଶ୍ରୀ ଚକ୍ରବର୍ତ୍ତୀ ମୁଣ୍ତରେ ଗାମୁଛା ଭିଡ଼ି ଚାଷଜମିରେ ବିହନ ବୁଣିବା ସହ ହଳ ବୁଲାଇଥିଲେ। ଏହାପରେ ସେଠାରେ ଆୟୋଜିତ ସଭାରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିନୀତ ଓଡିଆ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍‌ବୋଧନ ଦେବା ଅବସରରେ ସେ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶା ଆହୁରି ସୁନ୍ଦର ଓ ଶସ୍ୟଶ୍ୟାମଳା ହେବ।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଏହି ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ‌ରେ ସାମିଲ୍‌ ହୋଇ ବିହନ ବୁଣିବା ସହ ହଳ ବୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe