ଜୟପୁର : ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ବେଳେ ଘଟିଛି ଅଘଟଣ। ବଳଦ ବୋଲ ନ ମାନିବାରୁ ଲଙ୍ଗଳ ମାଡ଼ରେ ମାଲିକ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଅଳ୍ପକେ ଉପଜିଲ୍ଲାପାଳ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନାନୁଯାୟୀ, ଚଷା ପୁଅ ଭଳି ସଜବାଜ ହୋଇ ରାୟଗଡ଼ା ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର। ଚାଷ ଜମିରେ ଯଥାରୀତି ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କରି ଲଙ୍ଗଳ ଧରିଥିଲେ। ଲଙ୍ଗଳରେ ହାତ ଦେଉଦେଉ ଉପଜିଲ୍ଲାପାଳ ଶ୍ରୀ ଶବରଙ୍କୁ ଅମାନିଆ ବଳଦ ଟାଣି ନେଇଥିଲେ। ଭାରସାମ୍ୟ ହରାଇ ତଳେ ପଡିଯିବା ପୂର୍ବରୁ ଉପଜିଲ୍ଲାପାଳ ଶ୍ରୀ ଶବର ନିଜକୁ ନିୟନ୍ତ୍ରଣ କରିନେଇଥିଲେ। କିନ୍ତୁ, ଉପଜିଲ୍ଲାପାଳଙ୍କୁ ଧରିବା ପାଇଁ ଯାଇ ତଳେ ଗଡ଼ିପଡ଼ିଥିଲେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ। ସେ ସାମାନ୍ୟ ଆହତ ହୋଇଥିବା ବେଳେ ଦୌଡ଼ି ପଳାଉଥିବା ବଳଦଙ୍କୁ ରୋକିବାକୁ ଚେଷ୍ଟାକରି ଲଙ୍ଗଳ ମାଡ଼ରେ ମାଲିକ ଗଙ୍ଗାୟା କାଡ୍ରକା ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବହୁସମୟ ଧରି ଖରାରେ ଠିଆ ହେବା ସହ ଏତେ ଲୋକଙ୍କୁ ଦେଖି ବଳଦ ଦୁଇ ଡରି ଯାଇ ଦୌଡ଼ି ପଳାଇଥିବା ଚର୍ଚ୍ଚା ହେଉଛି।