ଭୁବନେଶ୍ବର : ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖାର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦେଶ ତଥା ରାଜ୍ୟରେ ଏକ ବିକାଶମୁଖର ଶାସନ, ଓଡ଼ିଶାର ସ୍ବାଭିମାନର ପ୍ରତିଷ୍ଠା, ଚାଷ ଓ ଚାଷୀର ବିକାଶ, ଆଦିବାସୀ ହରିଜନ ତଥା ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ରୋଜଗାର ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ରାଜ୍ୟ ଅଧ୍ୟକ୍ଷା ଗୀତା ଚୟନୀ କହିଛନ୍ତି। ସେ କହିଛନ୍ତି ଯେ ରାଜନୀତି ମାର୍ଗଦର୍ଶନକୁ ଯେଉଁ ଦିଗରେ ପ୍ରୟୋଗ କରିବା କଥା, ତାହା ନକରି ବିପରୀତ ଦିଗରେ ଗତି କରୁଛି। ଏହାଦ୍ବାରା ଦେଶର ଗଣତାନ୍ତ୍ରିକ ଭାବ ଓ ସହନଶୀଳତାର ସୀମା ଉଲ୍ଲଂଘନ କରୁଛି। କେନ୍ଦ୍ର ବିଜେପି ସରକାର ଶିଳ୍ପପତି, ପୁଞ୍ଜିପତିମାନଙ୍କର ସ୍ବାର୍ଥ ସାଧନାରେ ଗରିବ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ବେକାରି ବଢ଼ିଚାଲିଛି। ଅଖିଳ ଭାରତ ହିନ୍ଦୁ ମହାସଭା ୨୦୧୯ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଦୃଢ଼ ଆଶା ପୋଷଣ କରୁଛି। ଏହି ନିର୍ବାଚନରେ ଜନସାଧାରଣଙ୍କୁ ଏକ ଦୁର୍ନୀତି ମୁକ୍ତ ସ୍ବଚ୍ଛ ଶାସନ ତଥା ଅର୍ଥନୈତିକ, ସାମାଜିକ, ରାଜନୈତିକ ସଙ୍କଟରୁ ମୁକ୍ତ ଓ ଧର୍ମନିୟନ୍ତ୍ରିତ ସାମାଜିକ ସଂସ୍କାରର ବିକାଶ ଦିଗରେ ସଂଗ୍ରାମ ଜାରି ରହିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାସଭାର ରାଜ୍ୟ ଉପସଭାପତି ଆଡଭୋକେଟ୍ ଭାସ୍କର ଚନ୍ଦ୍ର ମହାନ୍ତି, ସଂଗଠନ ମନ୍ତ୍ରୀ ଚିନ୍ମୟ ମହାପାତ୍ର, ସମ୍ପାଦକ ସୁମନ୍ତ ସ୍ବାଇଁ, ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଅଖିଳ ଭାରତ ହିନ୍ଦୁ ମହାସଭାର ନିର୍ବାଚନ ଇସ୍ତାହାର
/sambad/media/post_attachments/wp-content/uploads/2019/04/hindu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)