ଭବାନୀପାଟଣା : କବି ଅଖିଳ ନାୟକଙ୍କ ପଞ୍ଚମ କବିତା ସଂକଳନ ‘ଖେତ ପୁରାଣ’ ପ୍ରକାଶିତ ହୋଇଛି। ଆମେରିକାର ଡବଲିନରେ ଥିବା ‘ବ୍ଲାକ୍ ଇଗଲ୍ ବୁକ୍ସ’ ଦ୍ବାରା ବୁଧବାର ଏହା ପ୍ରକାଶିତ ହୋଇଛି। ଶିଳ୍ପାୟନ ଯୋଗୁଁ ବିସ୍ଥାପିତ ହେଉଥିବା ଦଳିତ-ନିଷ୍ପେଷିତ ମଣିଷମାନଙ୍କର ସମସ୍ୟା, ସଙ୍କଟ ଓ ବେସାଲିସ୍ ସଂଘର୍ଷ ଏହି ସଂକଳନସ୍ଥ କବିତାଗୁଡ଼ିକର ମୁଖ୍ୟ ସ୍ବର। ଜନଜୀବନ, ଜନସଂସ୍କୃତି ଓ ଜନସଂଘର୍ଷ ଏଥିରେ ଜନଗଣଙ୍କ ଭାଷା ଓ ଶୈଳୀରେ ଉପସ୍ଥାପିତ ହୋଇଛି। କଳାହାଣ୍ଡି ମାଟିର ମହକ ଏହାକୁ ଆକର୍ଷଣୀୟ କରିଛି। ଏହା ବର୍ତ୍ତମାନ ଆମାଜନ୍ରେ ମଧ୍ୟ ଉପଲବ୍ଧ ହେଉଛି। କବି ଅଖିଳ ନାୟକ ବର୍ତ୍ତମାନ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଭାବରେ ଅଧ୍ୟାପନା କରୁଛନ୍ତି। ଗତ କିଛିଦିନ ତଳେ ତାଙ୍କର ରଚିତ ପୁସ୍ତକ ‘ଭେଦ’ ମାଲାୟଲମ ଭାଷାରେ ଅନୁବାଦିତ ହୋଇ ଚର୍ଚ୍ଚାର ବିଷୟ ହୋଇଥିଲା।
ଅଖିଳ ନାୟକଙ୍କ କବିତା ସଂକଳନ ‘ଖେତ ପୁରାଣ’ ପ୍ରକାଶିତ
/sambad/media/post_attachments/wp-content/uploads/2021/03/kheta-purana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)