ଭୁବନେଶ୍ବର : ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍’ (ସେନ୍ସର୍ ବୋର୍ଡ)ର ୧୪ ଜଣିଆ ସଦସ୍ୟ ଭିତରେ ଓଡ଼ିଆ ଅଭିନେତା ଅଖିଳ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଆଲବମ୍ ଓ ଚଳଚ୍ଚିତ୍ର ଆଦି କରି ବେଶ୍ ଖ୍ୟାତି ଅର୍ଜନ କରିଥିବା ଅଖିଳ ଆଜି ବୋର୍ଡର ସଦସ୍ୟତା ପାଇବାରେ ସକ୍ଷମ ହୋଇଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ମୋତେ ଏହି ଗୁରୁତ୍ବପୂର୍ଣ୍ଣ ବୋର୍ଡରେ ସ୍ଥାନ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୁଁ ଚଳଚ୍ଚିତ୍ର ନିର୍ମାଣ କରିବା ବେଳେ ସାର୍ଟିଫିକେସନ୍କୁ ନେଇ ମୋ ଭିତରେ ଅନେକ ଭୟ ରହିଥିଲା। କିନ୍ତୁ ଆଜି ମୁଁ ସେହି ବୋର୍ଡର ସଦସ୍ୟ ହୋଇଥିବାରୁ ଭାରୀ ଖୁସି ଲାଗୁଛି। ଏହା ପଛରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ବିଶେଷ ଭୂମିକା ରହିଛି। ସେ ମୋର ସମସ୍ତ ଦସ୍ତାବିଜ୍କୁ ବୋର୍ଡରେ ପହଞ୍ଚାଇଥିଲେ।
ସେନ୍ସର ବୋର୍ଡର ସଦସ୍ୟ ହେଲେ ଅଖିଳ ପଟ୍ଟନାୟକ
/sambad/media/post_attachments/wp-content/uploads/2022/11/Akhila.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)