ବାତ୍ୟା ‘ଫନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୧ କୋଟି ଟଙ୍କା

ଭୁବନେଶଶ୍ୱର : ବାତ୍ୟା ଫନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଓଡିଶା ପାଇଁ ଛୁଟୁଛି ସହାୟତାର ସୁଅ । ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ ।

ତେବେ ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅକ୍ଷୟ କୁମାରଙ୍କ ପାଇଁ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ନିକଟରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାରଙ୍କୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ବଲିଉଡର ଏହି ଲୋକପ୍ରିୟ କଳାକାର ।

ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା ଫନି ଓଡିଶାରେ ତାଣ୍ଡବ ରଚିବା ପରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ଅଧା ଓଡିଶା । ଖାସକରି ପୁରୀ ଓ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି । ତେବେ ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛି ପୂରା ଦେଶ। ଏହାଛଡା ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟର ଏପରିକି ଟିଭି ପରଦାର କଳାକାର ମାନେ ମଧ୍ୟ ଏବେ ଓଡିଶାକୁ ପୁଣିଥରେ ଗଢି ତୋଳିବା ପାଇଁ ଆଗେଇ ଆସିଛନ୍ତି । କେବଳ ସେଲିବ୍ରିଟି କିମ୍ବା କ୍ରିକେଟର ନୁହଁନ୍ତି ବରଂ ସାଧାରଣ ଲୋକ ମଧ୍ୟ ଓଡିଶା ପାଇଁ ସହାୟତାର ହାତ ବଢାଇଛନ୍ତି ।

ସମ୍ବନ୍ଧିତ ଖବର