ଯାଜପୁରରେ ଅକ୍ଷୟ ତୃତୀୟା: ଅକ୍ଷିମୁଠି ବୁଣିଲେ ଚାଷୀ

ଯାଜପୁର: ଆଜି ହେଉଛି ଅକ୍ଷୟ ତୃତୀୟା। ଓଡ଼ିଶାରେ ସବୁଠି ଏହା ପାଳନ କରାଯାଇଥାଏ। ତେବେ ଆଜି ଚାଷୀଟିଏ ନିଜର କ୍ଷେତ ବା ଚାଷଜମିକୁ ପୂଜା କରିବା ସହ ସେଠାରେ ବିହନ ବୁଣି ପୂଜା କରିଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଏହି ପୂଜାଟି ପଡ଼ିଥାଏ। ଆଜି ଠାରୁ ଚାଷ କାମ ଆରମ୍ଭ ହୋଇଥାଏ ।

ସାରା ଓଡ଼ିଶାର ଚାଷୀମାନେ ଏହାକୁ ପାଳନ କରୁଥିବା ବେଳେ ଯାଜପୁରରେ ମଧ୍ୟ ଏହି ପାଳନ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଚାଷୀଟିଏ ତାର ଚାଷ ଜମିକୁ ପୂଜା କରିବା ପାଇଁ ପ୍ରଥମେ ଘରେ କଳସ ବସେଇ ପୂଜାର୍ଚ୍ଚନା କରି ନିଜର ଚାଷ ଜମିକୁ ଯାଇଥାଏ। ସେଠାରେ ନେଇଥିବା ବିହନକୁ ବୁଣି ପୂଜା କରିଥାଏ। ନିଜର ଚାଷ ଚଳିତ ବର୍ଷ ଭଲ ହେଉ। ବିଶ୍ୱାସ ରହି ଆସିଛି ଏହି ଦିନ ନିଜର ଚାଷ ଜମିରେ ବିହନ ମୁଠାଏ ପକେଇ ପୂଜା କରିବା ସହ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ ବୋଲି ପରମ୍ପରା ରହିଆସିଛି, ଯାହାକୁ ବିଶ୍ୱାସ କରି ଆଜିର ଦିନରେ ସମସ୍ତେ ପାଳନ କରିଥାନ୍ତି।  ଆଜି ପର ଠୁ ନିଜର ଚାଷ ଜମିରେ ହଳ କରି ଆଗକୁ ଚାଷ କାମ ବଢ଼େଇଥାନ୍ତି।

ସମ୍ବନ୍ଧିତ ଖବର