ଆସୁଛି ଚନ୍ଦନ ଯାତ୍ରା: ଉଠିଲେ ନନ୍ଦା ଓ ଭଦ୍ରା

ବ୍ରହ୍ମଗିରି : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀ ଅଲାରନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ମନ୍ଦିର ପ୍ରାଶସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ଚାପ ପୋଖରୀ ପାଣି ଭିତରେ ଥିବା ନନ୍ଦା ଓ ଭଦ୍ରା ନାମକ ଦୁଇଟି ଡଙ୍ଗାକୁ ବାହାରକୁ ଅଣାଯାଇଛି। ଏହି ଦୁଇଟି ଡଙ୍ଗାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ ଯାତ୍ରାରେ ୨୧ଦିନ ଧରି ଚାପ ଖେଳିବେ। ବର୍ତ୍ତମାନ ପୋଖରୀ କୂଳରେ ଡଙ୍ଗା ଦୁଇଟିକୁ ରଖା ଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ଉପରକୁ ଅଣାଯାଇ ରଙ୍ଗ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର