ଅଲାରନାଥଙ୍କ ମନ୍ଦିର ଚାରିପଟୁ ହଟୁନି ଆବର୍ଜନା

ବ୍ରହ୍ମଗିରି : ଶ୍ରୀ ଅଲାରନାଥଙ୍କ ମନ୍ଦିର ଚାରିପଟେ ଏବେ ଗଦା ଗଦା ଆବର୍ଜନା ପଡ଼ି ରହିଛି। ବର୍ଷାରେ ଏହା ପଚିଶଢ଼ି ଯାଇଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏ ନେଇ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୨ ତାରିଖରେ ଶ୍ରୀଜିଉଙ୍କ ଅଣସର ଦର୍ଶନ ଶେଷ ହୋଇଛି। ଅଣସର ଦର୍ଶନ ସମୟରେ ପୀଠକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଅଣସର ଦର୍ଶନ ପର ଠାରୁ ପୀଠ ଚାରିପଟେ ଆବର୍ଜନା ସେମିତି ଗଦା ହୋଇ ରହିଛି। ଚନ୍ଦନ ଚକଡ଼ା ରାସ୍ତା, ଚନ୍ଦନ ଚକଡ଼ା, ମନ୍ଦିର ପାଚେରି କଡ଼, ମନ୍ଦିର ରାସ୍ତା ସବୁଠି ଆବର୍ଜନା ଗଦା ହୋଇଛି।

ସମ୍ବନ୍ଧିତ ଖବର