ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ଗ୍ରାମରେ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସକାଳ ଧୂପ ପରେ ସାହାଣମେଲା ହୋଇଥିଲା।
ମଧ୍ୟାହ୍ନ ଭୋଗ ଲାଗି ହେଲା ପରେ ଶତାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପାରମ୍ପରିକ ରୀତିରେ ହସ୍ତ,ପଦ୍ମ,ଶଙ୍ଖ,ଚକ୍ର,ହଳ,ମୂଷଳ ଆଦି ସୁବର୍ଣ୍ଣ ଭୂଷଣ ଠାକୁରଙ୍କୁ ପିନ୍ଧାଯାଇଥିଲା।
ଏହି ଅବସରରେ ଭଜନ କାର୍ଯ୍ୟକ୍ରମ,ଦେବଦାସୀ ନୃତ୍ୟ ଓ ଭଜନ ଉପରେ ଆଧାରିତ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୈଦିକ ବ୍ରାହ୍ମଣ ସମେତ ଦଇତାପତି ସେବା ଯୋଗାଇଥିବାବେଳେ ରଥାଯାତ୍ରା କମିଟିର ମୁଖ୍ୟ ଆୟୋଜକ ପରେଶ ଚନ୍ଦ୍ର ଧର କର୍ଯ୍ୟ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବନାଯୋଡି ଓ ଯୋଗୀମଠ ଗ୍ରାମବାସୀ ସହଯୋଗ କରିଥିଲେ।
Keonjhar | Suna Besha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/06/alarnath-appeared-in-suna-besha-at-yogi-matha-2025-07-06-19-48-45.jpg)