ମୁରିବାହାଲ/ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ବାଙ୍କେଲ ୟୁପି ସ୍କୁଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସ୍କୁଲ୍ ଭିତରକୁ ଜଣେ ନିଶାସକ୍ତ ଯୁବକ ହଠାତ୍ ପଶିଯାଇ ବହୁ ଛାତ୍ରଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକ ଜଣକ ଗାଁର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। କେହି କିଛି ବୁଝିବା ପୂର୍ବରୁ ଶ୍ରେଣୀ ଭିତରକୁ ପଶି ଯାହାକୁ ପାଇଲା ତାହାକୁ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଘଟଣାରେ ଚିନ୍ମୟ ବାଗ, ଆୟୂଷ ବାଗ, ରୋହନ ପାଣିଗ୍ରାହୀ, ଉଦିତ ପାଣିଗ୍ରାହୀ, ହିମାଂଶୁ ପଟେଲ ପ୍ରମୁଖ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୬ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp