ମାତ୍ରାଧିକ ମଦ୍ୟପାନ ଯକୃତ ରୋଗର କାରଣ: ଡା. ସେଠୀ

ଭୁବନେଶ୍ବର: ମାତ୍ରାଧିକ ମଦ୍ୟପାନ, ଅଜଣା ଚିକିତ୍ସା ଓ ମେଦ ବହୁତଳା ଯକୃତ ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ସାଜିପାରେ। ବୃହଦନ୍ତ ବା କଲୋନ କର୍କଟ ମଧ୍ୟ ପିତାମାତାଙ୍କଠାରୁ ଶିଶୁକୁ ଆସିପାରେ। ତେବେ କଲୋନସ୍କପି ଜରିଆରେ ଏହାର ଚିକିତ୍ସା ହୋଇପାରିବ ବୋଲି କହିଛନ୍ତି ମେଡିକା ସୁପରସ୍ପେଶାଲିଷ୍ଟ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ‌ରଲୋଜି ବିଭାଗର ମୁଖ୍ୟ ଡା.ପି.କେ ସେଠୀ। ତୁରିଆ ଟକ୍ସ୍‌ର ଦଶମ ଏପିସୋଡ୍‌ରେ ଡା.ସେଠୀଙ୍କ ସହିତ ଆଲୋଚନା କରିଛନ୍ତି ତୁରିଆ କମ୍ୟୁନିକେସନ୍‌ର ସହ-ପ୍ରତିଷ୍ଠାତା ସଂଧ୍ୟା ସୁତୋଦିଆ। ସଂଧ୍ୟାଙ୍କ ସହିତ ସାକ୍ଷାତକାରେ ଡା.ସେଠୀ କହିଛନ୍ତି ଯେ ଯକୃତ ରୋଗର ପ୍ରମୁଖ ଲକ୍ଷଣ ଗୁଡ଼ିକ ମଧ୍ୟରେ ତଳିପେଟରେ ଯନ୍ତ୍ରଣା, ରକ୍ତବାନ୍ତି ଓ ଝାଡ଼ାରେ ରକ୍ତ ପଡ଼ିବା। ବର୍ତମାନ ପରିସ୍ଥିତିରେ କୋଭିଡ-୧୯ ପାଇଁ ଦିଆଯାଉଥିବା ଚିକିତ୍ସା ମଧ୍ୟ ଯକୃତ ରୋଗର କାରଣ ସାଜିପାରେ।

ହେପାଟାଇଟିସ୍ ଏ ହେପାଟାଇଟିସ୍ ବି ଭଳି ଯକୃତ ରୋଗ ପାଇଁ ବଜାରରେ ଏକାଧିକ ଟିକା ଉପଲବ୍ଧ ହେଉଛି। ତେବେ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ତେଣୁ ସୁଷମ ଖାଦ୍ୟ, ଶରୀରର ଓଜନ ଓ ନିୟମିତ ବ୍ୟାୟାମ ଉପରେ ଗୁରୁତ୍ବ ଦେବା ଜରୁରୀ ବୋଲି ଡା.ସେଠୀ କହିଛନ୍ତି। କୌଣସି ରୋଗର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହିତ ତୁରନ୍ତ ପରାମର୍ଶ କରାଯିବା ଉଚିତ। ଏଥିରେ ବିଳମ୍ବ ହେ‌ଲେ ଜଟିଳତା ସୃଷ୍ଟି ହୋଇପାରେ। ଶେଷରେ ସେ କହିଥିଲେ ଯେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ‌ରେ ସଂପର୍କ ପାରସ୍ପରିକ ଆସ୍ଥା ଓ ସମ୍ମାନ ଉପରେ ଆଧାରିତ ହେବା ଉଚିତ।

ସମ୍ବନ୍ଧିତ ଖବର