ଅଲେଖ ମହିମା ବାବା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗୀର: ଢେଙ୍କାନାଳ ଜିଲ୍ଲା ଜୋରନ୍ଦାସ୍ଥିତ ଅଲେଖ ମହିମା ପୀଠର ମନ୍ଦିରକୁ ଜିଲ୍ଲା ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି। ଏହାକୁ ନେଇ ସାରା ରାଜ୍ୟରେ ମହିମା ବାବାମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବାବାମାନେ ଜିଲ୍ଲାପାଲଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିଗୁଡ଼ିକ ମଧ୍ୟରେ ବାବାମାନଙ୍କ ପୂଜା ନୀତି ପାଇଁ ପ୍ରଶାସନ ସହଯୋଗ କରୁ, ଭୂସମ୍ପତ୍ତିର ମାଲିକାନା ପରିବର୍ତ୍ତନ କରି ବଳ୍କଳଧାରୀ ମହିମା ସମାଜ ଓ କୌପୁନୀଧାରୀ ମହିମା ସମାଜ ନାମରେ ଉଲ୍ଲେଖ କରାଯାଉ, ଭବିଷ୍ୟତରେ ଗାଦି ମହିମା ଧାମରେ ଯେ କୌଣସି ନିର୍ମାଣ ପାଇଁ ଉଭୟ ପକ୍ଷଙ୍କ ସହମତି ନିଆଯାଉ ଆଦି ରହିଛି। ବଲାଙ୍ଗୀର ଜିଲ୍ଲାର ଅଲେଖ ମହିମା ଧର୍ମର ବାବା ବସନ୍ତ ଦାସ, ଅମର ସିଂ ମେହେର, ଭକ୍ତ ମକୁନ୍ଦ ବଢ଼େଇ, ନରେନ୍ଦ୍ର ବିଶି, ପରମେଶ୍ୱର ବିଶି ପ୍ରମୁଖ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର