ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଲର୍ଟ ଜାରି

ଭୁବନେଶ୍ୱର:   ଭାରତୀୟ ବାୟୁସେନା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପରେ ଏବେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଲର୍ଟ ଜାରି କରାଯାଇଛି। ଏ ନେଇ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅନ୍ୟ ସମସ୍ତ ବଡ଼ବଡ଼ ପ୍ରତିଷ୍ଠାନର ସୁରକ୍ଷାକୁ ଧ୍ୟାନ ଦେବାକୁ ବି ପରାମର୍ଶ ଦିଆଯାଇଛି।

କାରଣ ଓଡ଼ିଶାରେ ଥିବା ପ୍ରତିରକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ପାକିସ୍ତାନର ଆକ୍ରମଣ ଆଶଙ୍କା ରହିଛି। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଚାରି ବାଟିଆ ଗୋଇନ୍ଦା ବିମାନ ଅବତରଣ କେନ୍ଦ୍ର, ସୁନାବେଢ଼ା ବିମାନ ଇଞ୍ଜିନ କାରଖାନା ଏବଂ ସଇଁତଳା ଗୋଳାବାରୁଦ କାରଖାନା ଆଦି ରହିଛି। ଏହି ସବୁ ପ୍ରତିଷ୍ଠାନ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ।

ଗତ ଫ୍ରେବୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ପ୍ରଶିକ୍ଷଣ ଶିବିରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲେ। ଏଥିରେ ପାଖାପାଖି ୩୦୦ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର