ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ କେଏମ୍‌ବିବିର ସମସ୍ତ ୧୨୦ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

୧୩ ଜଣ ରଖିଲେ ୯୦%ରୁ ଅଧିକ ନମ୍ବର, ଶୁଭେଚ୍ଛା ଜଣାଇଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର : ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ବାଜିମାତ୍‌ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର ସମସ୍ତ ୧୨୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କଲେଜକୁ ଗୌରବାନ୍ବିତ କରିଛନ୍ତି।

ଛାତ୍ର ରୁଧିନନ୍ଦନ ପଣ୍ଡା ୫୭୧ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ‌ସୌରଭ ସବ୍ୟସାଚୀ ଜେଠୀ ୫୬୭, ‌ଶୋଭନ ସାଥୁଆ ୫୬୪, ରୁକ୍ମିଣୀ ନାୟକ ୫୫୬, ସୁନୀଲ ସାହୁ ୫୫୫, ସୂର୍ଯ୍ୟନାରାୟଣ ସାହୁ ୫୫୨, ଶୁଭ୍ରାଂଶୁ ଶେଖର ସ୍ବାଇଁ ୫୪୯, ଗାୟତ୍ରୀ ସାହୁ ଓ ସତ୍ୟବ୍ରତ ମହାକୁଡ଼ ଯୁଗ୍ମ ଭାବେ ୫୪୭ ନମ୍ବର ରଖିଛନ୍ତି। ସେହିପରି ଅଭିଜିତ୍‌ ପରିଜା ୫୪୫, ମୃତ୍ୟୁଞ୍ଜୟ ପଟ୍ଟନାୟକ ୫୪୪, ପ୍ରଦ୍ୟୁମ୍ନ ସାହୁ ୫୪୩ ଏବଂ ଶୁଭ୍ରାଂଶୁ ସ୍ବୟଂପ୍ରଭା ଦାଶ ୫୪୧ ନମ୍ବର ରଖିଛନ୍ତି। ୫୫ ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ ମଧ୍ୟରେ ମାର୍କ ରଖିଥିବା ବେଳେ ୪୪ ଜଣ ୭୦ରୁ ୮୦% ମଧ୍ୟରେ ମାର୍କ, ୮ ଜଣ ୬୫ରୁ ୭୦ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ଚଳିତ ବର୍ଷ କଲେଜର ସମସ୍ତ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୪ ଜଣ ବିଦ୍ୟାର୍ଥୀ କଲେଜରେ ନାମ ଲେଖାଇଥିଲେ। କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କ ସଠିକ୍‌ ମାର୍ଗଦର୍ଶନ ଏବଂ ବିଦ୍ୟାର୍ଥୀଙ୍କ କଠିନ ପରିଶ୍ରମ ଯୋଗୁଁ ୪ ଜଣରୁ ଏହା ୧୩ ଜଣକୁ ବୃଦ୍ଧି ପାଇଥିବା କଲେଜର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର କହିଛନ୍ତି। କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କଲେଜର ନିର୍ଦେଶକ ସରୋଜ କୁମାର ପଣ୍ଡା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଆହୁରି ଭଲ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର