ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍: ମନ୍ତ୍ରୀ

ବ୍ରହ୍ମପୁର : ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଖୁବ୍‌ଶୀଘ୍ର ସ୍ମାର୍ଟଫୋନ୍ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଏସଏଚ୍‌ଜିକୁ ସାମିଲ କରିବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ସ୍ଥାନୀୟ ଟାଉନହଲ୍‌ଠାରେ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଞ୍ଜାମ ଜିଲ୍ଲା ସମ୍ମିଳନୀ‌େର ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଏହା କହିଛନ୍ତି।

ଜିଲ୍ଲା ସଭାନେତ୍ରୀ ଅନୁସୂୟା ଦେବୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀମତୀ ସାହୁ ଯୋଗଦେଇ କହିଥିଲେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଅନେକ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଉଛି। ତୃଣମୂଳସ୍ତରରେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ଅହରହ ପ୍ରୟାସ କରୁଛନ୍ତି।

ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ତଥା ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସ˚ଘ ସଭାପତି ସୁବାସ ସି˚ହ ଯୋଗଦେଇ, କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ୨୦୧୩ ପୂର୍ବରୁ କେନ୍ଦ୍ର ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ୯୦ପ୍ରତିଶତ ଦରମା ପ୍ରଦାନ କରୁଥିଲେ। ସ˚ପ୍ରତି ୨୦୧୫ ପର ଠାରୁ ବିଜେପି ସରକାର ଏହାକୁ କାଣ୍ଟଛାଣ୍ଟ କରି ୬୦ ପ୍ରତିଶତକୁ କମାଇଦେଇଛନ୍ତି। ଯାହାଦ୍ବାରା ଅଙ୍ଗନବାଡ଼ି କର୍ମୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି। ଦେଶରେ ବର୍ତ୍ତମାନ ୨୫ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ଶ୍ରମିକଙ୍କ ମାନ୍ୟତା ପ୍ରଦାନ କରାଯାଇନି। କରୋନା ଭଳି ମହାବିପତ୍ତି ସମୟରେ ବି କେନ୍ଦ୍ର ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଅବ‌ହେଳା ମନୋଭାବ ପୋଷଣ କରିଆସୁଥିଲେ ବୋଲି ସାଂସଦ ଶ୍ରୀ ଶ୍ରୀ ସିଂହ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର