ଭୁବନେଶ୍ବର : ବାତ୍ୟାର ପ୍ରାୟ ଦୁଇ ସପ୍ତାହ ପରେ ପୁରୀରେ ବ୍ୟାଙ୍କ ସେବା ସ୍ବାଭାବିକ ହୋଇଛି। ପୁରୀ ଜିଲ୍ଲାରେ ସମସ୍ତ ବ୍ୟାଙ୍କ ଏବେ ପୂର୍ବଭଳି କାର୍ଯ୍ୟ କରୁଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଏବେ ୪୦% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଥିବାବେଳେ େଲାକ ଯେପରି ଟଙ୍କା ଉଠାଣରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ୨୫ଟି ମୋବାଇଲ୍ ଏଟିଏମ୍ ପଠାଯାଇଛି େବାଲି ଅର୍ଥ ବିଭାଗ ଜଣାଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ମୋବାଇଲ୍ ଏଟିଏମ୍ର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏସ୍.ଏନ୍ ଗିରିଶ, ଏଚ୍ଡିଏଫ୍ସିର ଓଡ଼ିଶା ଜୋନ୍ ମୁଖ୍ୟ ଆଣ୍ଡାମାନ ରାଜେଶ ଶ୍ରୀବାସ୍ତବ, ଆଞ୍ଚଳିକ ମୁଖ୍ୟ ଅନିମେଶ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ପରେ ଅର୍ଥ ସଚିବ ଶ୍ରୀ ମୀନା କହିଛନ୍ତି ଯେ, ପୁରୀ ଜିଲ୍ଲାେର ଲୋକ ଯେପରି ଟଙ୍କା ଉଠାଣରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ବ୍ୟାପକ ମୋବାଇଲ୍ ଏଟିଏମ୍ ପଠାଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କର ୧୫ଟି ମୋବାଇଲ୍ ଏଟିଏମ୍ ପୁରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୁଲୁଥିବାବେଳେ ଏଥିରୁ ଲୋକ ଆବଶ୍ୟକୀୟ ଟଙ୍କା ଉଠାଇ ପାରୁଛନ୍ତି। ଏହାବାଦ୍ ଏଚ୍ଡିଏଫ୍ସି, ୟୁକୋ, ଏସ୍ବିଆ ପକ୍ଷରୁ ମଧ୍ୟ ମୋବାଇଲ୍ ଏଟିଏମ୍ ପଠାଯାଇଛି। ବ୍ୟାଙ୍କଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ସଂଯୋଗ ଦିଆଯିବା ସହ ଇଣ୍ଟରନେଟ ବ୍ୟବହାରରେ ଯେପରି ସମସ୍ୟା ନରହିବ ସେନେଇ ପଦକ୍ଷେପ ନିଆଯାଉଛି।
ପୁରୀରେ ସବୁ ବ୍ୟାଙ୍କ ଶାଖା ଖୋଲିଲା
/sambad/media/post_attachments/wp-content/uploads/2019/05/bank-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)