ଭୁବନେଶ୍ୱର : କଳାହାଣ୍ଡି ମଡେଲ୍ ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅନୁପାଳନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ସୂଚନା ଦେବା େକ୍ଷତ୍ରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ୭୫ ଦଫା କାର୍ଯ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ କି କି ସୁବିଧା େମଡିକାଲରେ ମିଳୁଛି, େରାଗୀମାନେ କିଭଳି ସଚେତନ ହେବେ, କେଉଁ େକ୍ଷତ୍ରରୁ ସ୍ବାସ୍ଥ୍ୟ େକ୍ଷତ୍ରରେ ଗୁରୁତ୍ବ ଦେବାକୁ ହେବ ସେ ସଂପର୍କରେ ବିଶଦ ଭାବେ ଦର୍ଶାଯାଇଛି। ଏପରିକି ମା’ ମାେନ କଣ କଣ ନିହାତି ଜାଣିବା ଉଚିତ୍, ଅପପୁଷ୍ଟି କିଭଳି େରାକାଯାଇପାରିବ, ଜିଙ୍କ୍ ବଟିକାର ଉପଯୋଗିତା, ମ୍ୟାଲେରିଆ ଲକ୍ଷଣ ଓ ପ୍ରତିକାର ଆଦି ସଂପର୍କରେ ଦର୍ଶାଯାଇଛି।