କରୋନା ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତାକାଲି (ରବିବାର) ଠାରୁ ରାଜ୍ୟର ସମସ୍ତ କୋଟିଂ ସେଣ୍ଟର ଓ ଟ୍ୟୁସନ୍‌ଗୁଡ଼ିକ ବନ୍ଦ ରହିବ। କରୋନାର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଆଡଭାଇଜରି ଜାରି କରିଛନ୍ତି। ଏହି କ୍ରମରେ ସରକାର ପରାମର୍ଶ ଦେଇଛନ୍ତି ଯେ, ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ପଠାନ୍ତୁ ନାହିଁ। ରବିବାର ଠାରୁ ସରକାରୀ ଅଧିକାରୀମାନେ ଏଦିଗରେ କାମ କରିବେ।

ସୂଚନାଯୋଗ୍ୟ ଏବେ ସପିଂ ମଲଗୁଡ଼ିକୁ ମଧ୍ୟ ଆଡଭାଇଜରି ଜାରି ହୋଇଛି। ସେମାନେ ନିଦ୍ଦିଷ୍ଟ ସଂଖ୍ୟାରେ ସପିଂମଲ ଭିତରକୁ ଗ୍ରାହକମାନଙ୍କୁ ଛାଡ଼ିପାରିବେ। ମଲ ଭିତରେ ଜଣେ ଅନ୍ୟଜଣଙ୍କ ଠାରୁ ୬ ଫୁଟ ଦୂରତରେ ରହିପାରିବେ। ସପିଂ ମଲ ଭିତରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର