ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ୍ ସେବା କେନ୍ଦ୍ର

ଭୁବନେଶ୍ବର :  କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ସେବା କେନ୍ଦ୍ରଗୁଡ଼ିକୁ  ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ଏକ କୋଭିଡ୍ ସେବା କେନ୍ଦ୍ରରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ତାହା ଚାଲୁ ରହିବ ।

ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ ଏକ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର ।  ଏହି ପତ୍ରରେ ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ସେବା କେନ୍ଦ୍ରଗୁଡ଼ିକୁ  ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଡେଡିକେଟେଡ୍ କୋଭିଡ କେୟାର ସେଣ୍ଟର ଓ ଡେଡିକେଟେଡ କୋଭିଡ ହେଲଥ ସେଣ୍ଟରଗୁଡ଼ିକ ଖୋଲା ରହିବ ବୋଲି ସ୍ପଷ୍ଟ କରାଯାଇଛି ।

ଅନ୍ୟପକ୍ଷରେ ସରକାରୀ ନିୟମ ଅନୁସାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଲକ୍ଷଣଯୁକ୍ତ କୋଭିଡ୍ ଆକ୍ରାନ୍ତମାନଙ୍କୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ଅନୁସାରେ ଚିକିତ୍ସା କରିପାରିବେ ।

ସମ୍ବନ୍ଧିତ ଖବର