ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ

ଭୁବନେଶ୍ବର : ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ ହୋଇସାରିଲାଣି। ବାକି ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ୩୧ତାରିଖ ସୁଦ୍ଧା ପଟ୍ଟା ଆବଣ୍ଟନ କରିବାକୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ବ ବିଭାଗର ସୂଚନା ଅନୁଯାୟୀ, ସାରା ରାଜ୍ୟରେ ୧୦୯୦୧ଟି ଶିକ୍ଷାନୁଷ୍ଠାନ ଜମି ପଟ୍ଟା ପାଇଁ ଆବେଦନ କରିଥିବାବେଳେ ଏହାର ସମାଧାନ ପାଇଁ ଜାନୁଆରି ମାସରେ ପ୍ରତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସ୍ତରରେ ଏକ କମିଟି ଗଠନ କରାଯାଇଥିଲା। ଏହାପରେ ୮୬୬୦ଟି ଆବେଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇ ୫ହଜାର ଜମି ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବଣ୍ଟା ହୋଇଛି। ଏଥିରୁ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୦୫୨, ବାଲେଶ୍ବରରେ ୬୭୦, ବୌଦ୍ଧରେ ୪୬୩, ରାୟଗଡ଼ାରେ ୨୫୪ଟି ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ ହୋଇଛି। ବାକି ଆବେଦନଗୁଡ଼ିକ ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର