ବାତ୍ୟା ‘ଫନି’ରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର: ନବୀନ

ଭୁବନେଶ୍ୱର: ବାତ୍ୟା ‘ଫନି’ ଯୋଗୁଁ ଯେଉଁ ପରିବାର ଗୁଡ଼ିକର ଘର ଭାଙ୍ଗିଥିବ, ସେମାନଙ୍କୁ ପକ୍କା ଘର ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ନବୀନ କହିଛନ୍ତି, ଯେଉଁ ପରିବାରର ଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବ ସେମାନଙ୍କୁ ମଧ୍ୟ ପକ୍କା ଘର ଯୋଗାଇ ଦିଆଯିବ। ମେ’ ମାସ ୧୫ ତାରିଖରୁ କେତେ ଘର କ୍ଷତିଗ୍ରସ୍ତ ହୋଇଛି, ତାହା ଆକଳନ କରାଯିବ। ଏହି କାମ ଗୋଟିଏ ସପ୍ତାହ ମଧ୍ୟରେ ଶେଷ କରାଯାଇ ହିତାଧିକାରୀ ମାନଙ୍କୁ ଜୁନ୍‌ ୧ରୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ। ବ୍ଲକର ବରିଷ୍ଠ ଅଧିକାରୀମାନେ ସର୍ଭେ କରିବେ।

ସମ୍ବନ୍ଧିତ ଖବର