ହୀରାକୁଦର ସବୁ ଗେଟ୍‌ ବନ୍ଦ, ଜଳସ୍ତର ୬୧୦ ଫୁଟ୍‌

ସମ୍ବଲପୁର : ରବିବାର ହୀରାକୁଦ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଛି। ଶନିବାର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିଲାବେଳେ ରବିବାର ଦିନ ୧୧ଟାରେ ଗୋଟିଏ ଓ ୪ଟାରେ ଗୋଟିଏ ଗେଟ୍‌ ବନ୍ଦ କରା ଯାଇଥିଲା। ରବିବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୨୭ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୨୮,୯୩୨ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୧୫,୯୯୯ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ପାଓ୍ଵାର ଚାନେଲରେ ୧୧,୩୦୦ କ୍ୟୁସେକ୍‌, ବରଗଡ଼ କେନାଲରେ ୩,୭୫୧ କ୍ୟୁସେକ୍‌, ଶାସନ କେନାଲ ଦେଇ ୫୦୦ ଓ ସମ୍ବଲପୁର କେନାଲ ଦେଇ ୯୮ କ୍ୟୁସେକ ପାଣି ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୪.୯୩ ଓ ତଳ ମୁଣ୍ଡରେ ୨.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର