ଆଜି ଠାରୁ ୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଜନସାଧାରଣଙ୍କ ପାଇଁ ବନ୍ଦ

ଭୁବନେଶ୍ବର: ଆଜି ଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଟୁଇଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ସରକାରୀ ଅଫିସ୍‌ର ବରିଷ୍ଠ ଅଧିକାରୀମାନ‌େ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲା ପ୍ରଶାସନ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି। ସେମାନଙ୍କ ଆଶୁ ଆରୋଗ୍ୟ ନି‌ମନ୍ତେ ଜିଲ୍ଲାପାଳ ପ୍ରାର୍ଥନା କରିଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, କରୋନାଭାଇରସ୍ ସଂକ୍ରମଣ ସଂଖ୍ୟାରେ ଏବେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ, ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୫ରେ ପହଞ୍ଚିଛି। ସେଥିରୁ ୬୮୦ ଜଣ ଆରୋଗ୍ୟ ହୋଇଛନ୍ତି ଓ ୮ ଜଣ ମୃତ୍ୟୁବରଣ କରିଛନ୍ତି। ସମ୍ପ୍ରତି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬୭ ରହିଛି।

ଏବେ ଜିଲ୍ଲାରେ ବହୁସଂଖ୍ୟକ ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଏବଂ ସରକାରୀ କାର୍ଯ୍ୟଳୟର କର୍ମଚାରୀମାନେ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ସରକାରୀ ଅଫିସ୍‌ଗୁଡ଼ିକୁ ଜନସାଧାରଣଙ୍କ ନିମନ୍ତେ ବନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର