ଭୁବନେଶ୍ବର : ସହରାଞ୍ଚଳରେ ସବୁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଞ୍ଚଳର ସ୍ବତନ୍ତ୍ର ଡିଜିଟାଲ ନମ୍ବର ରହିବ। ପ୍ଲେଟ୍ରେ ବାର୍ କୋଡ୍ ସହ ସ୍ମାର୍ଟ ଠିକଣା ରହିଲେ ନିର୍ଦ୍ଦିଷ୍ଟ ସ୍ଥାନରେ ଠିକଣା ପାଇବା ସହଜ ହେବ ଓ ସହରାଞ୍ଚଳର ବିଭିନ୍ନ ସେବା ଠିକ୍ ଭାବେ ମିଳିପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନୂଆଦିଲ୍ଲୀର ଜିଆଇଏସ୍ କନ୍ସୋର୍ଟିୟମ୍କୁ ଦାୟିତ୍ବ ଦିଆଯାଇଛି। ଏଥି ପାଇଁ କ୍ଷେତ୍ର ସର୍ଭେ ଅଗଷ୍ଟ ମାସରୁ ଆରମ୍ଭ ହୋଇ ଡିସେମ୍ବର ସୁଦ୍ଧା ଶେଷ ହେବ। ୨୦୨୨ ଜୁଲାଇ ଭିତରେ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଯୋଜନାକୁ ସଫଳ କରିବା ପାଇଁ ଆଜି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ବିଭିନ୍ନ ପୌରସଂସ୍ଥାର ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।
ସହରାଞ୍ଚଳରେ ସବୁ ଘରର ଡିଜିଟାଲ ନମ୍ବର ରହିବ
/sambad/media/post_attachments/wp-content/uploads/2021/07/home.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)