ନାଲକୋନଗର: ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଚାଲିଥିବା ସର୍ଵ ଭାରତୀୟ ଭୁତିଆ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ବିତୀୟ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଥିଲା। ଧାନବାଦ ଏଫ ସି (ଝାଡ଼ଖଣ୍ଡ ) ଏବଂ ବଲାଙ୍ଗୀର ସାଇ ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ବଲାଙ୍ଗୀର ଟିମ ୫-୧ଗୋଲ ସ୍କୋର କରି ଝାଡ଼ଖଣ୍ଡ କୁ ହରାଇ ସେମି ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି ।

Advertisment

ମଙ୍ଗଳବାର ପ୍ରଥମ ସେମି ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ର ବିରୱାନୀ ଏଫ ସି କୁ ଭେଟିବ।ଆଜିର ମ୍ୟାକୁ ଜାତୀୟ ସ୍ତରୀୟ ରେଫରି ଶିବଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ସ୍ବାଇଁ, ଦିଲ୍ଲୀପ ରାଉତ, ଧନେଶ୍ବର ସରକାର ସହଯୋଗ କରିଥିଲେ।ଟୁର୍ଣ୍ଣାମେଣ୍ଟ ର ମ୍ୟାଚ କମିସିନର ଭାବେ 'ଫାଓ' ର ବରିଷ୍ଠ ଜାତୀୟ ସ୍ତରୀୟ ରେଫରୀ ଦୁର୍ଗା ମାଧବ ନାଏକ ପରିଚାଳନା କରିଥିଲେ।ନାଲକୋ କର୍ମଚାରୀ ୱେଲଫେୟାର କମିଟି ଶ୍ରବଣ ସାହୁ, ଶୁଭେନ୍ଧୁ ମହାନ୍ତି, ଅଟଳ ଷଢଙ୍ଗୀ,ହରି ନାଥ ଙ୍କ ସମେତ କମିଟି ସଦସ୍ୟ ଟୁର୍ଣ୍ଣାମେଂଟ ପରିଚାଳନା ରେ ସହଯୋଗ କରିଥିଲେ।