ସର୍ବଭାରତୀୟ ମେଡିକାଲ ନାମଲେଖା: ତିନି ରାଉଣ୍ଡରେ ହେବ କାଉନସେଲିଂ

୧୭ରୁ ୨୪ ମଧ୍ୟରେ ପ୍ରଥମ ରାଉଣ୍ଡ ପଞ୍ଜୀକରଣ

ଭୁବନେଶ୍ବର : ଏମ୍‌ବିବିଏସ୍‌, ବିଡିଏସ୍‌ ସମେତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ନର୍ସିଂ ପାଠ୍ୟକ୍ରମରେ ନାମଲେଖା ନେଇ ମେଡିକାଲ କାଉନସେଲିଂ କମିଟି(ଏମ୍‌ସିସି) ପକ୍ଷରୁ ଚୂଡ଼ାନ୍ତ ତାରିଖ ଘୋଷଣା ହୋଇଛି। ଏଥର ୩ଟି ରାଉଣ୍ଡରେ ନାମଲେଖା ଅନୁଷ୍ଠିତ ହେବ। ଜାନୁଆରି ୧୯ ମଧ୍ୟାହ୍ନ ୧୨ଟାରୁ ୨୪ ତାରିଖ ଅପରାହ୍‌ଣ ୩ଟା ମଧ୍ୟରେ ନିଟ୍‌ ଯୋଗ୍ୟତାଧାରୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ସହ ଫି’ ଦାଖଲ କରିପାରିବେ। ୨୦ରୁ ୨୪ତାରିଖ ମଧ୍ୟରେ ଚଏସ୍‌ ଲକିଂ ଓ ଫିଲିଂ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୫ ଓ ୨୬ତାରିଖରେ ଯାଞ୍ଚ ହେବ। ୨୭ ଓ ୨୮ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟା କରାଯିବା ସହ ୨୯ରେ ‌ଫଳ ପ୍ରକାଶ ପାଇବ। ଜାନୁଆରି ୩୦ରୁ ଫେବ୍ରୁଆରି ୪ ମଧ୍ୟରେ ରିପୋର୍ଟିଂ କରିବାକୁ କୁହାଯାଇଛି। ମେଡିକାଲ କଲେଜର ଅଲ୍‌ ଇଣ୍ଡିଆ କୋଟା(ଏଆଇକ୍ୟୁ)ର ୧୫% ସମେତ ଡିମ୍‌ଡ/କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଇଏସ୍‌ଆଇସି, ଏମ୍‌ସ, ଜିପମର୍‌, ଏଏଫ୍‌ଏମ୍‌ଏସ୍‌ରେ ଥିବା ସିଟ୍‌ ପାଇଁ ଏହି ନାମଲେଖା ହେବ।

ଦ୍ବିତୀୟ ରାଉଣ୍ଡ ନାମଲେଖା ଲାଗି ଫେବ୍ରୁଆରି ୯ରୁ ୧୪ ମଧ୍ୟରେ ନାମ ପଞ୍ଜୀକରଣ ସହ ଫି’ ଦାଖଲ କରିହେବ। ୧୦ରୁ ୧୪ତାରିଖ ମଧ୍ୟରେ ଚଏସ୍‌ ଲକିଂ ଓ ଫିଲିଂ ଅନୁଷ୍ଠିତ କରାଯିବ। ଫେବ୍ରୁଆରି ୧୫ ଓ ୧୬ତାରିଖରେ ଯାଞ୍ଚ, ୧୭ ଓ ୧୮ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟା, ୧୯ରେ ‌ଫଳ ପ୍ରକାଶ ପାଇବ। ଫେବ୍ରୁଆରି ୨୦ରୁ ୨୬ମଧ୍ୟରେ ରିପୋର୍ଟିଂ କରିବେ। ମପ୍‌-ଅପ୍‌ ରାଉଣ୍ଡ ଲାଗି ମାର୍ଚ୍ଚ ୨ରୁ ୭ମଧ୍ୟରେ ନାମ ପଞ୍ଜୀକରଣ ସହ ଫି’ ଦାଖଲ କରିହେବ। ୩ରୁ ୭ତାରିଖ ମଧ୍ୟରେ ଚଏସ୍‌ ଲକିଂ ଓ ଫିଲିଂ, ୮ ଓ ୯ ତାରିଖରେ ଯାଞ୍ଚ, ୧୦ ଓ ୧୧ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ, ୧୨ରେ ‌ଫଳ ପ୍ରକାଶ ପାଇବ। ମାର୍ଚ୍ଚ ୧୩ରୁ ୧୯ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିପାରିବେ। ଏହାପରେ ବି ଯଦି ଏଆଇକ୍ୟୁ କୋଟା, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କିମ୍ବା ପିଜି ଡିଏନ୍‌ବି ସିଟ୍‌ ଖାଲି ରୁହେ, ସେଥିପାଇଁ ଅନ୍‌ଲାଇନ୍‌ ଖାଲି ରାଉଣ୍ଡ ନାମଲେଖା ହେବ। ମାର୍ଚ୍ଚ ୨୧ରେ ସିଟ୍‌ ଆଲ୍‌ଟମେଣ୍ଟ ପ୍ରକ୍ରିୟା ହେବା ସହ ୨୨ରେ ଫଳ ପ୍ରକାଶ ପାଇବ। ୨୩ରୁ ୨୬ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିପାରି‌େବ‌।

ସମ୍ବନ୍ଧିତ ଖବର