ଭୁବନେଶ୍ୱର : ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ରାଜ୍ୟ ସମ୍ମିଳନୀ ସଂଗଠନର ଉପ ସଭାପତି ରବି ନାରାୟଣ ଶତପଥୀଙ୍କ ସଭାପତିତ୍ବରେ ତାଳଚେର ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବଭାରତୀୟ ସଭାପତି କୁଳତରଣ ସିଂ ଅଟୱାଲ ମୁଖ୍ୟ ଅତିଥି ଯୋଗ ଦେଇଥିଲେ ।ଏହାଛଡ଼‌ା ସଂଯୋଜନା କମିଟି ଅଧ୍ୟକ୍ଷ ଅମ୍ରିତଲାଲ ମଦନ, ବିତ୍ତ କମିଟି ଅଧ୍ୟକ୍ଷ ହରୀଶ ସବରୱାଲ, ପଶ୍ଚିମ କ୍ଷେତ୍ରୀୟ ଉପସଭାପତି ବିଜୟ କଲାରା ଓ ଉତ୍ତର କ୍ଷେତ୍ରୀୟ କମିଟି ଉପ ସଭାପତି ଗୁରମତ ସିଂ ବାୱେଜା ପ୍ରମୁଖ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ।

Advertisment

ଅଧ୍ୟକ୍ଷ କୁଳତରଣ ସିଂ ଓଡ଼ିଶାରେ ଚେକିଂ ଆଳରେ ଟ୍ରକ ମାଲିକଙ୍କ ଉପରେ ହେଉଥିବା ଜୁଲମ ଓ ପାଉଣା ଆଦାୟ ନେଇ ଉଦବେଗ ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ। ନଚେତ ଆଗାମୀ ଦିନ ଚକା ବନ୍ଦ ଆନ୍ଦୋଳନ କରାଯିବ। ବୀମା ପ୍ରିମିୟମ ବୃଦ୍ଧି ଓ ଇନକମ୍ ଟ୍ୟା‌କ୍ସ ଆଇନରେ ୪୪-ଇ ପ୍ରଥାରେ ପରିବର୍ତନ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା।

ଏତଦ୍‌ବ୍ୟତୀତ ଏ ଅବସରରେ ରାଜ୍ୟ କମିଟି ପୁନର୍ଗଠନ କରାଯାଇଥିଲା ଏଥିରେ ଅଧ୍ୟକ୍ଷ ଭାବେ ଶରତ ଚନ୍ଦ୍ର ପ୍ରଧାନ, ସଭାପତି ଭାବେ ଦିଲ୍ଲୀପ କୁମାର ପାଣି ଓ ସାଧାରଣ ସମ୍ପାଦକ ଭାବେ ପ୍ରଣବ କୁମାର ପରିଜାଙ୍କୁ ମନୋନୀତ କରାଯାଇଥିଲା।