ଭୁବନେଶ୍ୱର : ୩ ଦଫା ଦାବି ନେଇ ଆସନ୍ତା ୧୭ତାରିଖରେ ସ୍କିମ୍ ଓ୍ଵାର୍କର୍ସ ସମନ୍ଵୟ ସମିତି ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ସିୟୁଟିୟୁ ସହିତ ସହବନ୍ଧିତ ଓଡ଼ିଶା ଅଙ୍ଗନବାଡ଼ି ଓ୍ଵାର୍କର୍ସ ଓ ହେଲପର୍ସ ଆସୋସିଏସନ୍, ଓଡ଼ିଶା ଆଶା କର୍ମୀ ଆସୋସିଏସନ୍, ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ସହାୟିକା ସଂଘ, ଓଡ଼ିଶା ବ୍ୟାଙ୍କ ମିତ୍ର ସଂଘ ଓ ଓଡ଼ିଶା କୃଷକ ସାଥୀ ସଂଘ ଏଥିରେ ସାମିଲ ହେଉଛି।
ଆଜି ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ମହାନ୍ତି କହିଲେ, କେନ୍ଦ୍ରରେ ଏନ୍ଡିଏ ସରକାର ଆସିବା ପରେ କମ୍ ମଜୁରୀରେ ବିଭିନ୍ନ ଯୋଜନାରେ ସ୍ୱେଚ୍ଛାସେବୀ ନାଁରେ ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି। ଆଇସିଡିଏସ୍ ଯୋଜନାରେ ଅଙ୍ଗନବାଡ଼ି, ଜାତୀୟ ସ୍ୱାସ୍ଥ୍ୟ ମିସନରେ ଆଶା କର୍ମୀ, ଏମ୍ଡିଏମ୍ ଯୋଜନାରେ ପାଚିକା, ସହାୟିକା, କୃଷକ ସାଥୀ ଓ ବ୍ୟାଙ୍କ ମିତ୍ରଙ୍କୁ କମ୍ ମଜୁରୀ ଦେଇ ବେଶୀ କାମ କରାଯାଉଛି। ବିଭିନ୍ନ ଯୋଜନାରେ ଅର୍ଥ କାଟ କରାଯାଉଛି। ଏହାର ପ୍ରତିବାଦରେ ଗତ ନଭେମ୍ବର ୧୧ତାରିଖରେ ଦିଲ୍ଲୀରେ ସ୍କିମ୍ ଶ୍ରମିକମାନେ ସଂସଦ ସମ୍ମୁଖରେ ଧାରଣା ଦେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଳେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆସନ୍ତା ୧୭ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ରାଧାରମଣ ଷଡ଼ଙ୍ଗୀ, ଖୀରମଣି ମହନ୍ତ, ଲୋଭାକାନ୍ତ ସ୍ୱାଇଁ, ନଳିତା ସାହୁ, ନମିତା ପଣ୍ଡା, ଜିତା ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/protest-2.jpg)