ଭୁବନେଶ୍ବର : ଆସନ୍ତା ଡିସେମ୍ବର ୭ ତାରିଖରୁ ଅଖିଳ ଭାରତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ମହାସଂଘର ୩୦ତମ ଦ୍ବିବାର୍ଷିକ ସାମ୍ବିଧାନିକ ସମ୍ମିଳନୀ ଭୁବନେଶ୍ବର ରେଳବାଇ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ନିଖିଳ ଉତ୍କଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘର ସହଯୋଗରେ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସମ୍ମିଳନୀରେ ‘ଜାତୀୟ ଶିକ୍ଷାନୀତି ଚିଠା-୨୦୧୯ ଏବଂ ଭାରତ ଉଚ୍ଚଶିକ୍ଷା’ ସମ୍ପର୍କିତ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଆଲୋଚନା ଚକ୍ରରେ ଦେଶ ଓ ବିଦେଶର ଶିକ୍ଷାବିତ, ବୁଦ୍ଧିଜୀବୀ, କୁଳପତି ଯୋଗଦେବେ। ସେହିପରି ଆମ ରାଜ୍ୟ ଏବଂ ଦେଶର ଶିକ୍ଷା ଓ ସଂସ୍କୃତି ଆଧାରିତ ଏକ ସ୍ମରଣିକା ପ୍ରକାଶ ପାଇବ। ସୋମବାର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଅକ୍ଷୟ ମହାପାତ୍ର, ସଂଗଠନ ସମ୍ପାଦକ ଉମାକାନ୍ତ ପାତ୍ର, ଦୁଷ୍ମନ୍ତ ନାୟକ, ମାନସ ବେହେରା, ଅମୀୟ ମହାନ୍ତି, ତ୍ରୈଲୋକ୍ୟ ସାମଲ, ସୁରେନ୍ଦ୍ର ଜେନା, ବିମ୍ବାଧର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp