କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍‌ ବନ୍ଦ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍‌ ପୁଲିସ। ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ-ଭୁବନେଶ୍ବରର ସମସ୍ତ ମଲ୍‌ ବନ୍ଦ ରହିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୁଲିସ ସହରାଞ୍ଚଳ ଆଇନ ଧାରା ୩୫ ଅନୁଯାୟୀ କମିସନର ଏହି ଆଦେଶ ଦେଇଛନ୍ତି। ଭୁବନେଶ୍ବର ଓ କଟକରେ ଥିବା ସମସ୍ତ ମଲ୍‌ ବନ୍ଦ ନ ରଖିଲେ ବା ନ ମାନିଲେ ଏହି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ସମସ୍ତ ସଭାସମିତି ଓ କନ୍‌ଫରେନ୍ସ ବନ୍ଦ କରାଯାଇଥିବା ବେଳେ ବାହାଘର ଓ ବିଭିନ୍ନ ଶୋଭାଯାତ୍ରା ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଥିଲା। ଜିମ୍‌ ମଧ୍ୟ ବନ୍ଦ କରାଯିବା ପାଇଁ ଆଦେଶ ହୋଇଥିଲା। ଏବେ ମଲ୍‌ଗୁଡ଼ିକ ବନ୍ଦ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର