ଭୁବନେଶ୍ବର: କରୋନା ଭାଇରସ୍ ଦେଶରେ ଯେମିତି ବଢୁଛି ଓଡ଼ିଶାରେ ମଧ୍ୟ ସେମିତି ବଢ଼ିଚାଲିଛି। ତଥ୍ୟ ଅନୁସାରେ ଆଗକୁ ଆହୁରି ବଢ଼ିପାରେ ଏବଂ ଏବେ ଠାରୁ କିଛି କହି ହେବନି ଯେ ସଂକ୍ରମଣ କେବେ କମିବ। ମହାମାରୀ ନିୟନ୍ତ୍ରଣ ପିଲିସି ହେଲା ସର୍ଭିଲାନ୍ସ, ଆଇସୋଲେଟ୍, ଚିହ୍ନିବା, ଠିକ୍ରେ ଚିକିତ୍ସା କରିବା, ହୋମ୍ ଆଇସୋଲେସନ୍ରେ ମନିଟରିଂ କରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ହୁଏତ ରାଜ୍ୟରେ ଏବେ ଏତେ ସଂକ୍ରମଣ ନାହିଁ, ଯେଉଁଥି ପାଇଁ ବେଡର ହେବ। ସଂକ୍ରମଣ ଆଗକୁ ବଢିଲେ ମଧ୍ୟ ରୋଗୀଙ୍କୁ ବେଡର ଅଭାବ ହେବନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ଅନୁସାରେ ସବୁ ମେଡିକାଲ୍କୁ କରୋନାର ପୂର୍ବ ଲହର ଭଳି ପ୍ରସ୍ତୁତ କରାଯାଇଛି। ରାଜ୍ୟର ସୀମାନ୍ତ ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନ ତରଫରୁ ନଜର ରକ୍ଷାଯାଇଛି। ବିଦେଶରୁ ଫେରିଲେ ୭ଦିନ ସଂଗରୋଧରେ ରହିବ ବାଧ୍ୟତାମୂଳକ କରାଯାଇଛି। ପୁଣି ଗୃହ ସଂଗରୋଧ ଶେଷ ହେବାର ୮ମ ଦିନ କରୋନା ଟେଷ୍ଟ ହେଲା ପରେ ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଲେ ସେ ସର୍ବସାଧାରଣରେ ମିଶି ପାରିବେ। ଛୋଟ ପିଲା ମାନଙ୍କ ଆକ୍ରାନ୍ତ ସଂଖ୍ୟା ୧୦ରୁ୧୫ ପ୍ରତିଶତ ଭିତରେ ରହୁଛି । ଆଗରୁ ମଧ୍ୟ ଆକଳନ କରାଯାଇଥିଲା ୧୦ରୁ୧୨ ପ୍ରତିଶତ ରହିବ।