ଗଞ୍ଜାମ ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରୁ ଗଜପତିକୁ ସମସ୍ତ ଅନାବଶ୍ୟକ ଯାତାୟତକୁ ନିଷେଧ କଲେ ଜିଲ୍ଲା ପ୍ରଶାସନ

ଗଜପତି : କରୋନ ସଂକ୍ରମଣ ରୋକିବା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିକୁ ସଟଡାଉନ କରାଯାଇଛି । ସଟଡାଉନ ପ୍ରଥମ ଦିନରେ ପାରଳାଖେମୁଣ୍ଡିରେ ଇନଫ୍ରାରେଡ୍ ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ମାଧ୍ୟମରେ ସ୍କ୍ରିନିଂ ଜାରି ରହିଛି । ସଂକ୍ରମଣ ରୋକିବା ପାଇଁ ଚାଲିଥିବା ଅଭିଯାନକୁ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରୁ ଗଜପତିକୁ ସମସ୍ତ ଅନାବଶ୍ୟକ ଯାତାୟତକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ଗଜପତି ଜି‌ଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |

ସୂଚନା ମୁତାବକ, ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ତିନି ଦିନ ପାଇଁ ଜିଲ୍ଲାପାଳ ଅନୁପମ୍‌ ଶାହା ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ରାଜ୍ୟ ଓ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିଲେ। ଶୁକ୍ର, ଶନି ଓ ରବିବାର ସଟ୍‌ଡାଉନ୍‌ ସମୟରେ ସମସ୍ତ ଜରୁରୀକାଳିନ ସେବା ଜାରି ରହିବା ସହିତ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। ଏଥିସହିତ ସଟଡାଉନ୍‌ ଚାଲିଥିବା ବେଳେ ୬୦ଟି ମେଡିକାଲ ଟିମ୍‌ ଦ୍ୱାରା ସହରରେ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳ ଅନୁପମ୍‌ ଶାହା କହିଥିଲେ ।

ସମ୍ବନ୍ଧିତ ଖବର

Comments are closed.