ଅଲ୍‌ ଓଡ଼ିଶା ଏଲିମେଣ୍ଟାରି ଟିଚର୍ସ ଆସୋସିଏସନର ଧାରଣା

ଭୁବନେଶ୍ୱର: ଏଲିମେଣ୍ଟାରି କ୍ୟାଡର ନିୟମ ଲାଗୁ, ଗଣଶିକ୍ଷା ବିଭାଗର ଅନୁରୂପ ଦରମା ପ୍ରଦାନ, ଆରଏସିପିରେ ଥିବା ଅସଂଗତି ଦୂର, ପ୍ରାଥମିକ ଶିକ୍ଷକ ସଂଘ ପଞ୍ଜୀକରଣ ପାଇଁ ଏନ୍‌ଓସି ଆଦି ଦାବି ନେଇ ଲୋୟର ପିଏମ୍‌ଜିରେ ଅଲ୍‌ ଓଡ଼ିଶା ଏଲିମେଣ୍ଟାରି ଟିଚର୍ସ ଆସୋସିଏସନ୍‌ (ଏସ୍‌.ସି/ଏସ୍‌.ଟି ଶିକ୍ଷକ ସଂଘ) ଧାରଣା ଦେଇଛି। ସଭାପତି ମୃତ୍ୟୁଞ୍ଜୟ ହାଲ୍‌ଦାର ସମ୍ପାଦକ ତୁମ୍ନଥ ନାୟକ, ପ୍ରେମସାଗର ଦାଶ, ଦିଲ୍ଲୀପ କୁମାର ମିଶ୍ର, ସଚିଦାନନ୍ଦ ମିଶ୍ର, ସୀମାଞ୍ଚଳ ପଣ୍ଡା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ୧୬୦୦ ସ୍କୁଲର ପ୍ରାୟ ଦଶ ହଜାରରୁ ଅଧିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ପ୍ରଦାନରେ ଅସଙ୍ଗତି ଓ କ୍ୟାଡର୍‌ ରୁଲ୍‌ ପ୍ରଣୟନ ମୁଖ୍ୟ ଦାବି ବୋଲି ଶ୍ରୀ ହାଲ୍‌ଦାର କହିଛନ୍ତି।

ସମ୍ବନ୍ଧିତ ଖବର