‘ସମୂହ ସ୍ବେଚ୍ଛାକୃତ ଅବସର ନ ଦେଲେ ଆତ୍ମାହୁତି ଅନୁମତି ଦିଅ’

କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ ବୈଠକ

ଭୁବନେଶ୍ବର : ସମୂହ ସ୍ବେଚ୍ଛାକୃତ ଅବସର ଦେବାକୁ କାର୍ଡ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ମାନେ ପୁନର୍ବାର ଦାବି ଜଣାଇଛନ୍ତି। ଏହି କାର୍ଯ୍ୟ ଆସନ୍ତା ଜୁଲାଇ ସୁଦ୍ଧା ତ୍ବରାନ୍ବିତ କରା ନଗଲେ କର୍ମଚାରୀଙ୍କୁ ଆଇନ ସମ୍ମତ ଭାବେ ସମୂହ ଆତ୍ମହତ୍ୟା ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଅଲ୍‌ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରି କୁହାଯାଇଛି। ଏନେଇ ରାଷ୍ଟ୍ରପତି, ରାଜ୍ୟପାଳ, ଓଡ଼ିଶା ହା‌ଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟ ଶାସନ ସଚିବଙ୍କୁ ଅନୁମୋଦନ ପାଇଁ ସଂଘ ପକ୍ଷରୁ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି ନୂଆପଲ୍ଲୀ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ସଂଘ ସଭାପତି ରତନ କୁମାର ମହାରଣାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ସଂଘର ସାଧାରଣ ସଂପାଦକ ସଂଜୟ କୁମାର ସାହୁ ସୂଚନା ଦେଇ କହିଥିଲେ, କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ପ୍ରଦାନ ପାଇଁ ଗତ ଫେବ୍ରୁଆରି ୭‌ରେ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗ, ନିବନ୍ଧକ ସମବାୟ ସମିତି ସମୂହଙ୍କୁ ଅବଗତ କରାଯାଇଥିଲା। ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏହାକୁ ନେଇ ‌ସଭାରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର